Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ୫୩ ବିଧାୟକଙ୍କୁ ଜୈସଲମର ପଠାଇଲା କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବିଧାନସଭା ଅଧିବେଶନ ତାରିଖ ଘୋଷଣା ହେଲା ପରେ କଂଗ୍ରେସ କ୍ୟାମ୍ପରେ ହଲଚଲ ସୃଷ୍ଟି ହେଇଛିି। ଆଉ ବାରମ୍ବାର ବୈଠକ ମଧ୍ୟ କରାଯାଉଛି। ଲାଗି ରହିଥିବା ରଜାନୈତିକ ସଙ୍କଟ ମଧ୍ୟରେ ବିଧାୟକଙ୍କୁ ସ୍ଥାନାନ୍ତରଣ କରିବାର ଦେଖିବାକୁ ମିଳିଛି। ଅପରପକ୍ଷେ ବିଧାୟକ କିଣାବିକା ଅଭିଯୋଗର ତଦନ୍ତ କରିବା ପାଇଁ ଏସିବି ଟିମ୍‌ ହରିଆଣାରେ ପହଁଞ୍ଚିଛି।

ଆଜି ଗେହଲଟଙ୍କ ସମର୍ଥିତ ବିଧାୟକଙ୍କ ମଧ୍ୟରୁ ୫୩ ଜଣଙ୍କୁ ଜୈସଲମର ପଠାଇଲା କଂଗ୍ରେସ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ୫୩ ଜଣ ବିଧାୟକଙ୍କୁ ବସ୍‌ ଯୋଗେ ଏୟାରପୋର୍ଟ ପଠାଯାଇଛି। ଚାଟାର୍ଡ ପ୍ଲେନ୍‌ ଯୋଗେ ବିଧାୟକଙ୍କୁ ଜୈସଲମର ସ୍ଥାନାନ୍ତରଣ କରୁଛି କଂଗ୍ରେସ। ବାକି ବିଧାୟକଙ୍କୁ ଆଉ ଏକ ପର୍ଯ୍ୟାୟରେ ପଠାଯିବ ବୋଲି ସୂଚନା ରହିଛି।

ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୂଚାଇ ଦେଇଛନ୍ତି ଯେ ସେ ବିଧାନସଭା ଅଧିବେଶନରେ ଆତ୍ମବିଶ୍ୱାସ ଭୋଟ୍ ମାଗିବେ ଏବଂ ପକ୍ଷ ପରିବର୍ତ୍ତନ ପାଇଁ ବିଧାୟକମାନଙ୍କୁ ଟଙ୍କା ଦିଆଯାଉଛି ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଦ୍ରୋହୀମାନେ ଟଙ୍କା ଗ୍ରହଣ କରିନାହାଁନ୍ତି ସେମାନେ ଦଳକୁ ଫେରିପାରିବେ।

ସୂଚନାଥାଉକି, ସଚିନ ପାଇଲଟ ଏବଂ ଅନ୍ୟ ୧୮ ଜଣ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଜୁଲାଇ ୧୩ ରୁ ବିଧାୟକମାନେ ହୋଟେଲରେ ରହି ଆସୁଛନ୍ତି। ତଥାପି, ବିଧାୟକମାନଙ୍କୁ ସ୍ଥାନାନ୍ତର କରିବାର କାରଣ ଦିଆଯାଇନାହିଁ।

Comments are closed.