ଏଣିକି ଅଗଷ୍ଟରୁ ରାଜ୍ୟରେ ଦିନକୁ ୨୦ ହଜାର ଟେଷ୍ଟ
ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପୂର୍ବ ଅପେକ୍ଷା ରାଜ୍ୟରେ ଅଧିକା ଟେଷ୍ଟ ହେଉଥିବାରୁ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହକୁ ନଜରରେ ରଖି ରାଜ୍ୟରେ ଅଗଷ୍ଟରୁ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ଯିବ। ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା।
ଶ୍ରୀ ପରିଡ଼ା କହିଛନ୍ତି ଯେ, ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ। ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ ଉପଲବ୍ଧ ରହିଛି। ଏନେଇ ସିଏସଙ୍କ ସହ ବୈଠକ ପରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇ କହିଛନ୍ତି।
ଆହୁରି କହିଛନ୍ତିି ଯେ, ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟର ଅଭାବ ନାହିଁ । ଗଞ୍ଜାମ, ଖୋର୍ଦ୍ଧ, କଟକ ଓ ଯାଜପୁର ସ୍ଥିତି ସ୍ଥିର ରହିଛି। ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଏଯାଏଁ ହୋଇନାହିଁ। ସରକାର ଚାହିଁଲେ ଘରୋଇ ଲାବ୍ରୋଟୋରୀରେ ପରୀକ୍ଷା ହୋଇପାରିବ।
Comments are closed.