Odisha Link
Bridging the Missing Links in Odisha

ନବୀନଙ୍କୁ ନିରଞ୍ଜନଙ୍କ ଚିଠି: ରାଜ୍ୟରେ କୋଭିଡ ହସ୍ପିଟାଲ ବୃଦ୍ଧି କରାଯାଉ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଘର ଘର ବୁଲି ସର୍ଭେ କରାଯାଉ। କୋଭିଡ ହସ୍ପିଟାଲ ବୃଦ୍ଧି କରାଯାଉ। ଯଦି କରୋନା ନେଇ ତୁରନ୍ତ ପଦକ୍ଷେପ ନନିଆଯାଏ ତେବେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି।

ନିରଞ୍ଜନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଦଳମତ ନିର୍ବିଶେଷରେ ସରକାରଙ୍କୁ ସହଯୋଗ କରିବାକୁ ଆମେ ପ୍ରସ୍ତୁତ ଅଛୁ। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ସହ ଆଲୋଚନା କରନ୍ତୁ ରାଜ୍ୟ ସରକାର। ରାଜ୍ୟରେ ଦୈନିକ ୨୫ ହଜାର ଟେଷ୍ଟ କରାଯାଉ ବୋଲି ନିରଞ୍ଜନ କହିଛନ୍ତି।

Comments are closed.