Odisha Link
Bridging the Missing Links in Odisha

କଟକ ସହରରୁ ଆଉ ୨୨ ଆକ୍ରାନ୍ତ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିକି କଟକ ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଟକ ସହରରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କଟକ ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ଇନଷ୍ଟିଟ୍ୟୁନାଲ କ୍ବାରାଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ହୋମ କ୍ବାରାଣ୍ଟିନରୁ ୪ଜଣ ଓ ୨ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଆଉ ୭ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ କଟକ ସହରରେ ୯୦୬ ଜଣ କରୋପା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏବେବି ୪୫୭ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.