୨୯ ଜିଲ୍ଲାରୁ ୧୪୯୯ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କ୍ରମାଗତ ଭାବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଲରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଆଜି ଅନୁଗୁଳରୁ ୨୫, ବାଲେଶ୍ୱର ୩୭, ବରଗଡ଼ ୧୦, ଭଦ୍ରକ ୧, ବଲାଙ୍ଗୀର ୧୯, କଟକ ୨୮, ଦେବଗଡ଼ ୨, ଢେଙ୍କାନାଳ ୯୨, ଗଜପତି ୯୭, ଗଞ୍ଜାମ ୩୬୮, ଜଗତସିଂହପୁର ୧୫, ଯାଜପୁର ୧୯, ଝାରସୁଗୁଡା ୭, କଳାହାଣ୍ଡି ୪୪, କନ୍ଧମାଳ ୫୦, କେନ୍ଦ୍ରାପଡା ୧୪, କେନ୍ଦୁଝର ୧୬, ଖୋର୍ଦ୍ଧା ୨୧୬, କୋରାପୁଟ ୮୧, ମାଲକାନଗିରି ୨୬, ମୟୁରଭଞ୍ଜ ୧୩, ନବରଙ୍ଗପୁର ୩୩, ନୟାଗଡ଼ ୬୭, ନୂଆପଡା ୯, ପୁରୀ ୩୬, ରାୟଗଡା ୪୦, ସମ୍ବଲପୁର ୫୬, ସୋନପୁର ୫, ସୁନ୍ଦରଗଡ ରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 30th July
New Positive Cases: 1499
In Quarantine: 914
Local Contacts: 585(Details of local contacts will be shared by concerned District Administration)
District Wise Cases
1. Angul: 25
2. Balasore: 37
3. Bargarh: 10
4. Bhadrak: 1
5. Balangir: 19— I & PR Department, Odisha (@IPR_Odisha) July 31, 2020
ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୧୪ ହଜାର ୫୭୩ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ୩୧ ହଜାର ୮୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୯ ହଜାର ୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୯ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୩୬ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୯୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Comments are closed.