Odisha Link
Bridging the Missing Links in Odisha

ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ

ଭୁବନେଶ୍ବର: ରାଉରକେଲା ଆଇଜିଏଚରେ ରାଜ୍ୟର ୩ୟ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନ ସମାରୋହ ପାଇଁ ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗୁଡ଼ୁଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ଦେଖାଇଛି। ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ପ୍ଲାଜମା ଥେରାପୀରୁ ସଫଳତା ମିଳୁଛି। ବର୍ତ୍ତମାନ ରାଜ୍ୟରେ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ପ୍ଲାଜମା ବ୍ୟାଙ୍କ। ଆଗାମୀ ଦିନରେ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ।

Comments are closed.