Odisha Link
Bridging the Missing Links in Odisha

କରୋନା ଆକ୍ରାନ୍ତ ପୁଅର ଶବ ଧରି ବାପା ମା’ ଫେରାର

କଟକ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଶିଶୁଭବନରେ ଏକ ଅଭାବନୀୟ ଘଟଣା ଘଟିଛି । କରୋନା ଆକ୍ରାନ୍ତ ପୁଅର ଶବଧରି ବାପାମା’ ପଳେଇଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନିଜ ୬ ବର୍ଷର ପୁଅକୁ ଧରି ବାପାମା’ ଆସିଥିଲେ। ନିୟମାନୁସାରେ ଶିଶୁଭବନରେ ଚିକିତ୍ସିତ ହେବା ପୂର୍ବରୁ କରୋନା ପରୀକ୍ଷା କରାଯାଉଛି। ଆଂଟିଜେନ ଟେଷ୍ଟରେ ମା’ ଓ ପୁଅ ପଜିଟିଭ ଆସିଥିଲେ । ଏନେଇ ଶିଶୁଭବନ ପକ୍ଷରୁ କଟକ ମହାନଗର ନିଗମକୁ ଜଣାଇ ଦିଆଯାଇଥିଲା ।

ଅପରପକ୍ଷରେ ଆଇସୋଲେସନରେ ଥିବା ୬ ବର୍ଷର ପୁଅର ମୃତୁ୍ୟ ଘଟିଥିଲା । ତେବେ ସିଏମସି କର୍ମଚାରୀମାନେ ଶିଶୁଭବନ ଆସିବା ପୂର୍ବରୁ ପୁଅର ଶବକୁ ଧରି ବାପା ମା’ ପଳେଇଥିଲେ। ଏନେଇ ଶିଶୁଭବନ ପକ୍ଷରୁ ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁ ଓ ତାର ମା’ ପଜିଟିଭ ଥିବାରୁ ଯଦି ସେମାନେ କାହା ସହ ମିଶନ୍ତି ତେବେ କରୋନା ବ୍ୟାପିବାର ଆଶଙ୍କା ରହିଛି।

Comments are closed.