Odisha Link
Bridging the Missing Links in Odisha

ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟିରେ ସେହ୍ୱାଗ ଓ ସର୍ଦ୍ଦାର

ନୂଆଦିଲ୍ଳୀ: ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟକ କମିଟିରେ ସ୍ଥାନ ପାଇଲେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ହକି ତାରକା ସର୍ଦ୍ଦାର ସିଂହ । ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ ଲାଗି ଗଠିତ ୧୨ଜଣିଆ ମନୋନୟନ କମିଟି ପ୍ୟାନେଲରେ ଉଭୟେ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଗଠିତ ଏହି କମିଟି ଚଳିତ ବର୍ଷ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୟନ କରିବେ। ଗତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଏକକ ମନୋନୟନ ପଦ୍ଧତି ଅବଲମ୍ବନ କରାଯାଇଥିଲା।

ଚଳିତ ବର୍ଷ ଏଥିରେ ପରିବର୍ତ୍ତନ କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମୁକୁନ୍ଦକାମ ଶର୍ମା, ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲ୍ଲିକ, ଟେନିସ ଖେଳାଳି ମୋନାଲିସା ବରୁଆ ମେହେଟା, କ୍ରୀଭା ଭାଷ୍ୟକାର ମନୀଷ ଭାଟାଭିଆ,ନିରୁ ଭାଟିଆ, ଭାରତୀୟ କ୍ରୀଡ଼ା ପ୍ରାଧକରଣ (ସାଇ) ନିର୍ଦେଶକ ସନ୍ଦୀପ ପ୍ରଧାନଙ୍କ ସମେତ ପ୍ରଶିକ୍ଷକଙ୍କୁ ମଧ୍ୟ ସାମିଲ କରାଯାଇଛି।

ଚଳିତ ବର୍ଷ କରୋନା ମହାମାରୀ ସତ୍ତ୍ବେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀ ନିୟମ ଅନୁଯାୟୀ ଏହି ପୁରସ୍କାର ପ୍ରଦାନ ଅନୁଷ୍ଠିତ ହେବ। ଆବଶ୍ୟକ ପଡ଼ିଲେ ଏହି ପୁରସ୍କାର ପ୍ରଦାନନେର ବିଳମ୍ବ ହୋଇପାରେ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.