Odisha Link
Bridging the Missing Links in Odisha

୨୯ ଜିଲ୍ଲାରୁ ୧୬୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ଆଉ ୧୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୦୯ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାର ପାଇଁ ଚିନ୍ତାର କାରଣ ପାଲଟିଛି।

ଆଜି ଅନୁଗୁଳ ୧୫, ବାଲେଶ୍ଵର ୨୯, ବରଗଡ଼ ୧୩, ଭଦ୍ରକ ୨୦, ବଲାଙ୍ଗୀର ୩୮, ବୌଦ୍ଧ ୯, କଟକ ୫୪, ଢେଙ୍କାନାଳ ୪୯, ଗଜପତି ୧୦୮, ଗଞ୍ଜାମ ୩୦୮, ଜଗତସିଂହପୁର ୧୯, ଯାଜପୁର ୪୪, ଝାରସୁଗୁଡା ୭, କଳାହାଣ୍ଡି ୩୦, କନ୍ଧମାଳ ୪୫, କେନ୍ଦ୍ରାପଡା ୧୫, କେନ୍ଦୁଝର ୩୧, ଖୋର୍ଦ୍ଧା ୨୮୫, କୋରାପୁଟ ୪୬, ମାଲକାନଗିରି ୩୦, ମୟୁରଭଞ୍ଜ ୩୯, ନବରଙ୍ଗପୁର ୯, ନୟାଗଡ଼ ୩୩, ନୂଆପଡା ୫, ପୁରୀ ୫୦, ରାୟଗଡା ୧୬୪, ସମ୍ବଲପୁର ୩୯, ସୋନପୁର ୬ ଏବଂ ସୁନ୍ଦରଗଡ ରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୩୪୭୯ ଜଣ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୨୦୫୧୭ ଜଣ ସୁସ୍ଥ ଏବଂ ୧୨୭୩୭ ଜଣ ସକ୍ରିୟ ଅଛନ୍ତି।

Comments are closed.