Odisha Link
Bridging the Missing Links in Odisha

ବିହାର: ଦଶମ ଓ ଦ୍ବାଦଶରେ ଫେଲ ଛାତ୍ରଛାତ୍ରୀଙ୍କୁ ମିଳିଲା ଗ୍ରେସ୍‌ ମାର୍କ, ହେଲେ ପାସ୍

ପାଟନା: ବିହାର ସ୍କୁଲ ଏକ୍ସାମିଶନ୍‌ ବୋର୍ଡ (ବିଏସ୍‌ଇବି)ର ବଡ଼ ନିଷ୍ପତ୍ତି। ୨୦୨୦ ଦଶମ ଓ ଦ୍ବାଦଶ ପରୀକ୍ଷାରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯେଉଁମାନେ କି ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ ହୋଇଥିଲେ ସେମାନଙ୍କୁ ବୋର୍ଡ ପକ୍ଷରୁ ଗ୍ରେସ୍‌ ମାର୍କ ଦେଇ ପାସ୍‌ କରାଯାଇଛି।

କରୋନା କାଳରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରଙ୍କୁ ଗ୍ରେସ୍‌ ମାର୍କ ଦେଇ ପାସ୍‌ କରିବା ପାଇଁ ଶିକ୍ଷା ବିଭାଗ ଆଗରେ ପ୍ରସ୍ତାବ ରଖିଥିଲା ବୋର୍ଡ। ପରେ ଶିକ୍ଷା ବିଭାଗ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ଫଳରେ ବୋର୍ଡ ପକ୍ଷରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ଫେଲ ହୋଇଥିଲେ ସେମାନେ onlinebseb.inରେ ନିଜର ରେଜଲ୍ଟ ଜାଣି ପାରିବେ।

Comments are closed.