Odisha Link
Bridging the Missing Links in Odisha

ଅମିତ ଶାହ ସୁସ୍ଥ, କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: କରୋନାକୁ ହରାଇଲେ ଗୃହମନ୍ତ୍ରୀ ଅମିତ ଶାହ। କରୋନାରୁ ସୁସ୍ଥ ହେଲେ ଅମିତ ଶାହ। ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନ ଦେଲେ ଦିଲ୍ଲୀ ବିଜେପି ନେତା ମନୋଜ ତିଓ୍ବାରୀ।

ମନୋଜ ତିଓ୍ବାରୀ ଟୁଇଟ କରି ଲେଖିଛନ୍ତି ଯେ, ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୂଚନାଥାଉକି, ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଏହାପରେ ସେ ଟ୍ୱିଟ କରି କହିଥିଲେ ଯେ, “କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ୍‍ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଆପଣମାନେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂପର୍କରେ ଆସିଛନ୍ତି, ଦୟାକରି ନିଜକୁ ଅଲଗା ରଖନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ।”

Comments are closed.