Odisha Link
Bridging the Missing Links in Odisha

ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା ଫେରସ୍ତ ସ୍ଥଗିତ ରଖିଲେ ସରକାର

ଭୁବନେଶ୍ବର: କରୋନା କାଳରେ ଅଯୋଗ୍ୟ ହିତାଧିକାରୀ ଫେରସ୍ତ କରିବେନି କାଳିଆ ଟଙ୍କା। ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ସମ୍ପର୍କରେ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି।

କାଳିଆ ଟଙ୍କା ଫେରସ୍ତକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରାୟ ୫୦ ହଜାର ଚାଷୀଙ୍କ ଠାରୁ କାଳିଆ ଟଙ୍କା ଫେରସ୍ତ ନେବା ପାଇଁ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ଏନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଥିଲା। ଯଦି ଅଯୋଗ୍ୟଙ୍କୁ ଅର୍ଥ ଦିଆଯାଇଛି ତେବେ ଅଫିସରମାନଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ବିରୋଧୀ ଦଳ ଦାବି କରିଥିଲେ। ଏମିତିକି ସରକାରଙ୍କ ନୋଟିସ ପାଇଥିଲେ ବି ଟଙ୍କା ନଫେରାଇବାକୁ ବିରୋଧୀ ଦଳ ଅପିଲ କରିଥିଲା।

Comments are closed.