Odisha Link
Bridging the Missing Links in Odisha

ନୟାଗଡ଼ରେ ୧ ହଜାର ଡେଇଁଲା ପଜିଟିଭ ସଂଖ୍ୟା, ଆଜି ୧୦୬

ନୟାଗଡ଼: ରାଜ୍ୟରେ ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟର ରାଜ୍ୟର ଆଉ ଏକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ପାର କରିଛି। ଆଜି ନୟାଗଡ଼ ଜିଲ୍ଲାରୁ ପ୍ରଥମ ଥର ପାଇଁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୧୦୦୦ ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ନୟଗାଡ଼ର ଭାପୁର ବ୍ଲକ ରୁ ୧୭ ଜଣ, ଦଶପଲ୍ଲା ବ୍ଲକ ରୁ ୧୧ ଜଣ, ଗଣିଆ ବ୍ଲକ ରୁ ୧ , ଖଣ୍ଡପଡା ବ୍ଲକ ରୁ ୧୦ ଜଣ, ନୟାଗଡ଼ ବ୍ଲକ ରୁ ୩ ଜଣ, ନୂଆଗାଁ ବ୍ଲକ ର ୧୮ ଜଣ, ଓଡ଼ଗାଁ ବ୍ଲକ ରୁ ୨୭ ଜଣ, ରଣପୁର ବ୍ଲକ ରୁ ୧୧ ଜଣ, ମୁନିସିପାଲିଟି / ଡିଏଚଏଚ ରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ ରେ ପହଁଚିଛି। ସେମାନଙ୍କ ମଧ୍ୟରୁ ୫୮୭ ଜଣ ସୁସ୍ଥ ହୋଇଥିବାବେଳେ ୪୦୫ ଜଣ ଏବେ ସକ୍ରିୟ ଅଛନ୍ତି ଏବଂ ୫ ଜଣଙ୍କର ଜୀବନ କରୋନା ନେଇଛି।

Comments are closed.