ଝଗଡ଼ାରୁ ସାନଭାଇର ଆତ୍ମହତ୍ୟା ପରେ ବଡ଼ ଭାଇର ଉଦ୍ୟମ
ଧର୍ମଗଡ଼: ଭାଇ ଭାଇ ମଧ୍ୟରେ କଳି, ଝଗଡ଼ା ଆଜିର ସମୟରେ ଏକ ସାଧାରଣ କଥା। ଏପରିକି ଭାଇ ଭାଇ ମଧ୍ୟରେ ଝଗଡ଼ା କାରଣରୁ ହଣାକଟା ଖବର ଶୁଣିଥିବେ ନିଶ୍ଚୟ। ହେଲେ ୨ ଭାଇଙ୍କ ଝଗଡ଼ା କାରଣରୁ ଜଣେ ଆତ୍ମହତ୍ୟା କରିବା ପରେ ଆଉ ଜଣେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିବା କେବେ ହେଲେ ଶୁଣିନଥିବେ। ହେଲେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ରାଜମୋଟେର ଗାଁରେ ୨ ଭାଇଙ୍କ ମଧ୍ୟରେ ଭୀଷଣ ଝଗଡ଼ାରୁ ଏଭଳି ଅଘଟଣ ଘଟିଛି। କୌଣସି କାରଣରୁ ଉଭୟ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଝଗଡ଼ା ପରେ ସାନ ଭାଇ ବିଲକୁ ଯାଇ ସେଠାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ସାନ ଭାଇର ମୃତୁ୍ୟରେ ବଡ଼ଭାଇ ବିଚଳିତ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Comments are closed.