Odisha Link
Bridging the Missing Links in Odisha

ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ : ଝାଉଁବଣରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ମୁଖ୍ୟ ରାସ୍ତା ପାଖ ଝାଉଁ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୋଣାର୍କ ପୋଲିସ୍ ଉଦ୍ଧାର କରିଛି। କୋଣାର୍କ ପୁରୀ ମେରାନଡ୍ରାଇବ୍ ରାସ୍ତା ପାର୍ଶ୍ଵ ଝାଉଁ ଗଛରେ ବ୍ୟକ୍ତି ଜଣଙ୍କ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ ଚଳାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ।ସେହି ରାସ୍ତା କଡ଼ରେ ସାଇକେଲ ରଖି ସେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି।

Comments are closed.