Odisha Link
Bridging the Missing Links in Odisha

ଇତିଶ୍ରୀ ମାମଲା; ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନା ମୃତ

କୋରାପୁଟ : ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ନେତ୍ରାନନ୍ଦଙ୍କ ମୃତ୍ୟୁ ନେଇ କୋରାପୁଟ ମଣ୍ଡଳ କାରାଗାରର ଜେଲର ସୂଚନା ଦେଇଛନ୍ତି। ଅଭିଯୁକ୍ତ ନେତ୍ରାନନ୍ଦ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲା। ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ରେ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ କାଶୀପୁର ବ୍ଲକର ସ୍କୁଲ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ୨୦୧୬ ଏପ୍ରିଲ ୨୬ରୁ ନେତ୍ରାନନ୍ଦ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟରେ ଜେଲରେ ଆଜୀବନ ସଜା କାଟୁଥିଲେ।

Comments are closed.