Odisha Link
Bridging the Missing Links in Odisha

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୫ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୫.୪୭ ଫୁଟ ରହିଛି। ଡ୍ୟାମ ଭିତରକୁ ୨ ଲକ୍ଷ ୫୬ ହଜାର ୧୭୮ କୁ୍ୟସେକ ଜଳ ପ୍ରବେଶ କରୁଥିବା ଜଣାଯାଇଛି । ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରରେ ଜଳପ୍ରବେଶକୁ ଆଖି ଆଗରେ ରଖି ଡ୍ୟାମ କର୍ତ୍ତୃପକ୍ଷ ମୋଟ ୧୫ଟି ଗେଟ ଖୋଲିଛନ୍ତି। ତେବେ ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ଫୁଟ୍ ରହିଛି। ଡ୍ୟାମ୍ ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୨ଟି ଗେଟ୍ ଦେଇ ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୪ ହଜାର ୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

Comments are closed.