Odisha Link
Bridging the Missing Links in Odisha

ବିହାର ରାଜନୀତି: RJDରେ ମିଶିଲେ ପୂର୍ବତନ ମନ୍ତ୍ରୀ ଶ୍ୟାମ ରଜାକ

ପାଟନା: ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଏଥିପାଇଁ ବିହାର ରାଜନୀତି ସରଗରମ। ବିହାରରେ ଏବେ ଦଳ ବଦଳ ରାଜନୀତି ଆରମ୍ଭ ହୋଇ ସାରିଛି। ବିହାର ରାଜନୀତିର ଭୋଟ ବ୍ୟାଙ୍କର ଭାବେ ବେଶ୍‌ ଜଣାଶୁଣା ଶ୍ୟାମ ରଜକ ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସାମିଲ ହୋଇଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଶ୍ରୀ ରଜକ ପୁଣି ଥରେ ଆରଜେଡିକୁ ଫେରିଛନ୍ତି। ଆଜି ତେଜସ୍ବୀ ଯାଦବ ଶ୍ରୀ ରଜକଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ।

ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଶ୍ୟାମ ରଜକଙ୍କୁ ଗତକାଲି ଜେଡିୟୁରୁ ବହିଷ୍କାର କରାଯାଇଥିଲା। ଫଳରେ ଆଜି ବିଧାୟକ ପଦରୁ ଇସ୍ତଫା ଦେଲେ ଶ୍ରୀ ରଜାକ । ଏବଂ ଆଜି ଆରଜେଡିରେ ଯୋଗ ଦେଇଛନ୍ତି। ଯାହା ବର୍ତ୍ତମାନ ବିହାର ରାଜନୀତିରେ ଚହଳ ସୃଷ୍ଟି କରିଛି। ମନ୍ତ୍ରୀ ପଦରୁ ହଟିବା ପରେ ଶ୍ରୀ ରଜକଙ୍କଠୁ ସୁରକ୍ଷା ବ୍ୟବସ୍ଥ ହଟାଦିଆ ଯାଇଛି। ଏଥିସହିତ ସରକାରୀ ବାସଭବନ ଖୁବଶୀଘ୍ର ଛାଡ଼ି ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି।

ଶ୍ରୀ ରଜାକ ଆରଜେଡିରେ ଯୋଗ ଦେବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜେଡିୟୁରୁ ବାହାରିବା ପରେ ଆଜି ବହୁତ ହାଲୁକା ଅନୁଭବ କରୁଛି। ମୁଁ ଖୁସି ଅଛି ଯେ, ପୁଣି ଥରେ ମୋର ନେତା ଲାଲୁ ପ୍ରସାଦ ଯାଦବ ଜୀ ପାଖକୁ ଫେରି ଆସିଛି ଆଉ ସାମାଜିକ ନ୍ୟାୟ ପାଇଁ ଳଢ଼ିବି ବୋଲି ସେ କହିଛନ୍ତି। ସାମାଜିକ ନ୍ୟାୟ ସହିତ କୌଣସି ସାଲିସ୍‌ କରିବିନି ବୋଲି ସେ କହିଛନ୍ତି।

Comments are closed.