Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ବାସଭବନ ସମେତ ୫ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆଜି ସକାଳେ ଅଭୟ ଜେନାଙ୍କ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘର, ଭୀମପୁର ମୌଜା, ବାରଙ୍ଗ, ଦଧିପାଟଣାରେ ଥିବା ଘର ସହିତ କଟକ ମହୁମାଛି ଗଳିରେ ଥିବା ଘରେ ରେଡ୍ ଜାରି ରହିଛି।

ଅଭୟଙ୍କ କେନ୍ଦ୍ରାପଡ଼ା ପାଟକୁରା ବଙ୍ଗାଲପୁରରେ ଥିବା ପୈତୃକ ସମ୍ପତ୍ତି ଓ ଶ୍ୱଶୁର ଘରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି। ଅଭୟ ଜେନାଙ୍କର କେତେ ଟଙ୍କାର ସଂପତ୍ତି ଠାବ କରାଯାଇଛି, ସେଥି ନେଇ କୌଣସି ତଥ୍ୟ ମିଳି ପାରି ନାହିଁ।

Comments are closed.