Odisha Link
Bridging the Missing Links in Odisha

ବଲିଉଡ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ

ମୁମ୍ବାଇ: ୨୦୨୦ ବଲିଉଡ ଜଗତ ପାଇଁ କଳା ବର୍ଷ। ଚଳିତ ବର୍ଷରେ ପ୍ରସିଦ୍ଧ, ଖ୍ୟାତାନାମ କଳାକାରଙ୍କ ମୃତ୍ୟୁ ହୋଇଛି। ଆଜି ବଲିଉଡ୍‌ର ସୁପ୍ରସିଦ୍ଧ‌ ନିର୍ଦ୍ଦେଶକ ନିଶିକାନ୍ତ କାମତ ସୋମବାର ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ଅତୀତରେ ଯକୃତ ସିରୋସିସ୍ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ଅବସ୍ଥା ବିଗିଡିଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧୧ ତାରିଖରେ ତାଙ୍କୁ ମୁମ୍ବାଇର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ବିବୃତ୍ତି ଜାରି କରାଯାଇଥିଲା। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା।

ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ପ୍ରଥମେ ଅଭିନେତା ରିତେଶ ଦେଶମୁଖ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିବା ପରେ ଖବରଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପୀ ଯାଇଥିଲା। ରିତେଶ ଲେଖିଛନ୍ତି, “ମୋର ବନ୍ଧୁ, ମୁଁ ତୁମକୁ ଖୁବ୍ ମନେ ପକାଇବି। ନିଶିକାନ୍ତ କାମତ ତୁମ ଆତ୍ମାର ସଦ୍‌ଗତି ହେଉ।”

ଉଲ୍ଲେଖଯୋଗ୍ୟ, ଦୃଶ୍ୟମ, ମଦାର ଓ ମୁମ୍ବାଇ ମେରି ଜାନ୍‌ ଆଦି ଚଳଚ୍ଚିତ୍ର ପାଇଁ ବେଶ୍‌ ପରିଚିତ ଥିଲେ ନିଶିକାନ୍ତ। ସେ କେତୋଟି ମରାଠୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।

Comments are closed.