ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା

ଭୁବନେଶ୍ବର: ଟୁଇନ୍ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ମାମଲା ହୋଇଛି। ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କଲେ ପୂଜା କମିଟି ସଭାପତି। ବୁଢ଼ା ଗଣେଷ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଛି। ମୁଖ୍ୟ ସଚିବ,ଏସଆରସି, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି। ଏହା ସହିତ କଟକ ଜିଲ୍ଲାପାଳ,ଡିସିପି,ସିଏମ୍ସି କମିଶନରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଟୁଇନ ସିଟିର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ଅପିଲ କରାଯାଇଛି।
ପ୍ରକାଶ ଯେ, କରୋନା ପାଇଁ ଟୁଇନ ସିଟିରେ ଏଥର ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ସେଥିପାଇଁ ଟୁଇନ୍ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟୁଇଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ । ଚଳିତ ବର୍ଷ ମୁମ୍ୱାଇରେ ଗଣେଶ ମହୋତ୍ସବ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ତେଣୁ ଟୁଇନ୍ ସିଟିରେ ଗଣେଶ ପୂଜାକୁ ମନା ନିଷ୍ପତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି କରିଛି କମିଶନରେଟ୍ ପୋଲିସ ।