IPL ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍-୧୧

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍-୧୧। ଟାଇଟଲ ପ୍ରାୟୋଜକ ବାବଦକୁ ୨୨୨ କୋଟି ଟଙ୍କ ଦେବ ଡ୍ରିମ୍ ୧୧। ଏନେଇ ସୂଚନା ଦେଲେ ଆଇପିଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ।ଚଳିତ ବର୍ଷ ଆଇପିଏଲ୍ ସଂସ୍କରଣରୁ ଭିଭୋକୁ ହଟାଇବା ପରେ ଡ୍ରିମ୍ ୧୧କୁ ମିଳିଛି ପ୍ରାୟୋଜକ ଦାୟିତ୍ବ।
Dream11 wins IPL 2020 title sponsorship for Rs 222 crores: IPL Chairman Brijesh Patel
— ANI (@ANI) August 18, 2020
ପୂର୍ବରୁ ଭିଭୋ ବର୍ଷକୁ ୪୪୦ କୋଟି ଟଙ୍କା ଦେଉଥିଲା। ହେଲେ ଡ୍ରିମ୍-୧୧ ୨୨୨ କୋଟି ଟଙ୍କା ଦେବ। ଚଳିତ ବର୍ଷ ଆଇପିଏଲ୍ ପ୍ରାୟୋଜକ ଦୌଡ଼ରେ ଟଟା, ଅନ୍ଏକାଡେମୀ, ପତଞ୍ଜଳୀ ଭଳି ବଡ଼ ବଡ଼ କମ୍ପାନୀ ଥିଲେ। ସୂଚନା ଥାଉକି ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଚଳିତବର୍ଷ ଖେଳାଯିବ। ଭାରତରେ କରୋନା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ
Comments are closed.