Odisha Link
Bridging the Missing Links in Odisha

ଚୌଦ୍ବାର ଜେଲ୍‌ରେ ଆତ୍ମହତ୍ୟା କଲେ କଏଦୀ

କଟକ : କଟକ ଚୌଦ୍ବାର ଜେଲ୍ ର ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ। ଆତ୍ମହତ୍ୟା କରିଥିବା କଏଦୀ ଜଣଙ୍କ ବାଲେଶ୍ଵରର ବିଜେନ୍ଦ୍ର ବଣ। ଗତ ୧୬ ତାରିଖରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ।

ଗତକାଲି ବିଳମ୍ବିତ ରାତିରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ବିଜେନ୍ଦ୍ରକୁ ଉଦ୍ଧାର କରି ଏସସିବି ମେଡିକାଲକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.