Odisha Link
Bridging the Missing Links in Odisha

ମାଲକାନଗିରି: ୯୩୩ ଗାଁ ପ୍ରଭାବିତ

ମାଲକାନଗିରି: ମାଲକାନଗିରି ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କଲେ ରାଜସ୍ବ ମନ୍ତ୍ରୀ ଓ ଏସଆରସି। ଆକାଶ ମାର୍ଗରୁ ସର୍ଭେ ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକ ପରେ ରାଜସ୍ବମନ୍ତ୍ରୀ ସୁଦାମ ମାରଣ୍ଡି ଏକ ପ୍ରସମିଟ୍‌ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି। ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ୩୨୧ଟି ଘର ଭାଙ୍ଗିଛି। ୭ ଦିନ ଭିତରେ ସର୍ଭେ କରି କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବାର ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ।

ସୂଚନଯୋଗ୍ୟ ଯେ, ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ସର୍ଭେ କଲେ ରାଜସ୍ବ ମନ୍ତ୍ରୀ ଓ ଏସଆରସି। ଏନେଇ ଆକାଶ ମାର୍ଗରୁ ଏରିଏଲ୍‌ ସର୍ଭେ କରାଯାଇଛି। ଆକାଶମାର୍ଗରୁ ବୁଲି ଦେଖିବା ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା କରାଯାଇଛିି। ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ମନ୍ତ୍ରୀ ଓ ଏସଆରସି ସମିକ୍ଷା କରିଛନ୍ତିି।

Comments are closed.