Odisha Link
Bridging the Missing Links in Odisha

ଘରର ମୁଖ୍ୟମାନେ ମହିଳାଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ: ଲେଖାଶ୍ରୀ

ଭୁବନେଶ୍ୱର : ଅଗଷ୍ଟ ୧୫ ତାରିଖ ଦିନ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଝିଅ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶସ୍ତାରେ ସାନିଟାରୀ ନାପକିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଦେଶବ୍ୟାପୀ ୬ ହଜାରରୁ ଅଧିକ ଜନଓୌଷଧୀ କେନ୍ଦ୍ରରେ ୫ କୋଟିରୁ ଅଧିକ ସାନିଟାରୀ ନାପକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଛନ୍ତି। ମୋଦି ସରକାର ସଦାସର୍ବଦା ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରୁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଥିଲେ। ଏହି ଅଭିଯାନରେ ସାଧାରଣ ଜନତା ସାମିଲ ହୋଇ ସ୍ୱଚ୍ଛ ପରିବାର, ସ୍ୱଚ୍ଛ ଗାଁ ଏବଂ ସ୍ୱଚ୍ଛ ଭାରତ ଗଠନ ଦିଗରେ ଏକ ବଡ ଯୋଗଦାନ ଦେଇଥିଲେ। ଆଉ ଏବେ ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଜୀ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆଉ ଏକ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଘରେ ଝିଅ ଏବଂ ମହିଳାମାନେ ସେମାନଙ୍କର ଋତୁସ୍ରାବ ସମୟରେ ସାନିଟାରି ନାପକିନ ବ୍ୟବହାର କରିବା ସହିତ ଗ୍ରାମାଞ୍ଚଳରେ ୧୨ ପ୍ରତିଶତ ମହିଳା ଏବଂ ସହରାଞ୍ଚଳରେ ୫୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି। ଦେଶବ୍ୟାପୀ ମାତ୍ର ୨୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି । ବାକି ମହିଳାମାନେ ସାନିଟାରି ନାପକିନ ବ୍ୟବହାର କରୁନଥିବା କାରଣରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ଏହା ଦ୍ୱାରା ଆଗାମୀ ଦିନରେ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ରହିଛି । ଏଣୁ ଆମେ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ଏକ ଆନ୍ଦୋଳନର ରୂପ ଦେବା ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

Comments are closed.