Odisha Link
Bridging the Missing Links in Odisha

ଖେଳରତ୍ନ ପୁରସ୍କାର ପାଇଁ ୪ ଜଣଙ୍କ ନାମ ସୁପାରିଶ, ତାଲିକାରେ ଏହି ଖେଳାଳି

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟି ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ରାଜୀବ ଗାନ୍ଧୀ ପୁରସ୍କାର ପାଇଁ ୪ଜଣଙ୍କ ନାମ ସୁପାରିଶ କରିଛନ୍ତି। କ୍ରିକେଟର ରୋହିତ ଶର୍ମା ସହ ଟେବୁଲ ଟେନିସ ଚାମ୍ପିଅନ ମାନିକା ବାତ୍ରା, ପାରାଅଲମ୍ପିକ ସ୍ୱର୍ଣ୍ଣ ବିଜୟିନୀ ମାରିଆପ୍ପନ ଥାଙ୍ଗାଭେଲୁ ଓ ଏସିଆନ ଗେମସ ସ୍ୱର୍ଣ୍ଣ ବିଜୟିନୀ ଭିନେଶ ଫୋଗତଙ୍କ ନାମ ମଧ୍ୟ ସୁପାରିଶ କରାଯାଇଛି।

ଯଦି କ୍ରିକେଟର ରୋହିତ ଶର୍ମା ରାଜୀବ ଗାନ୍ଧୀ ପୁରସ୍କାର ପାଆନ୍ତି ତେବେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ଚତୁର୍ଥ କ୍ରିକେଟ ଖେଳାଳୀ ଭାବେ ସେ ଏହି ସମ୍ମାନର ଅଧିକାରୀ ହେବେ।

ଆଜି ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟି ପୁରସ୍କାର ପାଇଁ ଏହି ୪ ଖେଳାଳୀଙ୍କ ନାମ ସୁପାରିଶ କରିଛି । ଏହି କମିଟି ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ଓ ଅନ୍ୟ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାମ ଚୟନ କରିଥାନ୍ତି। ପୁରସ୍କାର କିଏ ପାଇବେ ସେନେଇ କ୍ରୀଡ଼ାମନ୍ତ୍ରୀ ଘୋଷଣା କରିବେ। ପରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ।

Comments are closed.