Odisha Link
Bridging the Missing Links in Odisha

୮ ପୋଲିସ କର୍ମଚାରୀଙ୍କୁ କରୋନା, ଦୁଇ ଥାନା ସିଲ୍

ଝାରସୁଗୁଡା : ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ କରୋନା। ୮ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ୍ କରି ସାନିଟାଇଜ କରିଛି ।

ବଡମାଲ ଥାନାରେ ୫ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଜଣେ ସବ୍ ଇନ୍ସପେକ୍ଟର, ଜଣେ କନେଷ୍ଟବଳ, ୩ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ସିଲ୍ ହୋଇଛି ବଡମାଲ ଥାନା । ଥାନା ଆଇଆଇସିଙ୍କ ସମେତ ୩୫ ଜଣ ପୋଲିସ କ୍ବାରେଣ୍ଟାଇନରେ ଗଲେ। ବଡମାଲ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ବୁଝିବା ପାଇଁ ଥାନା ବାହାରେ ହେଲ୍ପ ଡେସ୍କ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଆରପିଏଫ ଥାନାର ଇନଚାର୍ଯଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇ ଥାନାକୁ ସିଲ୍ କରାଯାଇଛି।

Comments are closed.