ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର

କନ୍ଧମାଳ : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ଆଇଏନ୍ପିପିଏଫ୍ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି।
ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜlଲଘୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ କରାଯାଇଛି ବୋଲି ଆଇଏନ୍ପିପିଏଫ୍ ପ୍ରଶ୍ନ ଉଠାଇଛି। ଆଇଏନ୍ପିପିଏଫ୍ ପକ୍ଷରୁ ଲଗାଯାଇଥିବା ମାଓବିରୋଧୀ ପୋଷ୍ଟରେ କୁହାଯାଇଛି ଯେ କଞ୍ଜlଲଘୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ବିକାଶ କାମକୁ ବିରୋଧ କରି ଘଟେଇଥିବା ଏହି ଘଟଣା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ। ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି, ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଆଇଏନ୍ପିପିଏଫ୍ ଚେତାବନୀ ଦିଆଯାଇଛି।