Odisha Link
Bridging the Missing Links in Odisha

ପର୍ଣ୍ଣଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍

ଓଏଲ୍‌ ବ୍ୟୁରୋ: ପର୍ଣ୍ଣଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍।ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି କାର୍ଲିଫର୍ଣ୍ଣିଆର ଏକ କୋର୍ଟ। ଡ୍ରୋନାଲ୍ଡ ଟ୍ରମ୍ପ୍ ପର୍ଣ୍ଣ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ୪୪,୧୦୦ ଡଲାର (ପ୍ରାୟ ୩୩ ଲକ୍ଷ ଟଙ୍କା) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣ-ପ୍ରକାଶ ଚୁକ୍ତିନାମାର ଆଇନଗତ ଯୁଦ୍ଧରେ ଆଇନଗତ ଯୁଦ୍ଧରେ ତାଙ୍କ ଓକିଲଙ୍କ ଫି ଦେବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଷ୍ଟର୍ମୀ ଡାନିଏଲ୍ସ ଟ୍ୱିଟରରେ ଲେଖିଛନ୍ତି ଯେ, ଆଉ ଗୋଟିଏ ବିଜୟ!

ଷ୍ଟର୍ମୀ ଡାନିଏଲଙ୍କ ପ୍ରକୃତ ନାମ ହେଉଛି ଷ୍ଟିଫାନି କ୍ଲିଫୋର୍ଡ। କ୍ଲିଫୋର୍ଡ ଦାବି କରିଥିଲେ ଯେ ୨୦୦୬-୦୭ ମସିହାରେ ତାଙ୍କ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ଥିଲା। ଏହା ପରେ ଟ୍ରମ୍ପଙ୍କ ପୂର୍ବତନ ଓକିଲ ମାଇକେଲ କୋହେନ କ୍ଲିଫଫୋର୍ଡକୁ ୧୩୦,୦୦୦ ଡଲାର ଦେଇଥିଲେ ଯାହା ତାଙ୍କ ପାଟି ବନ୍ଦ ରଖିବା ସହ ତାଙ୍କୁ ଏକ ଅଣ-ପ୍ରକାଶ ଚୁକ୍ତିନାମା (ଏନଡିଏ) ସ୍ୱାକ୍ଷର କରିଥିଲେ।

ସୂଚନାଥାଉକି, ୨୦୧୬ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପୂର୍ବରୁ ଏନଡିଏ ସ୍ୱାକ୍ଷରିତ ହୋଇଥିଲା। ଟ୍ରମ୍ପ କ୍ରମାଗତ ଭାବେ ଏହି ଘଟଣାକୁ ଅସ୍ୱୀକାର କରି ଆସିଥିଲେ।

ଚଳିତ ବର୍ଷ ନଭେମ୍ବରରେ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ସମୃଦ୍ଧିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ଯୁକ୍ତରାଷ୍ଟ ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ହେଲେ ଏହା ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଜୋରିମାନା ଦେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବର୍ତ୍ତମାନ ପର୍ଣ୍ଣ ଷ୍ଟାର ଡାନିଏଲ୍ସଙ୍କୁ ପ୍ରାୟ ୩୩ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ହେବ। ପର୍ଣ୍ଣ ଷ୍ଟାର କହିଛନ୍ତି ଟ୍ରମ୍ପଙ୍କ ସହ ରହିଥିବା ସମ୍ପର୍କ ବାବଦରେ ଚୁପ୍ ରହିବାକୁ ତାଙ୍କୁ ଟଙ୍କା ଦିଆଯାଇଥିଲା।

Comments are closed.