Odisha Link
Bridging the Missing Links in Odisha

ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ

ଭୁବନେଶ୍ୱର : ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସରେ ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ। ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ଶ୍ରୀ ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ , ମୁଁ ପିସିସି ସଭାପତି ରେସରେ ନାହିଁ। ମୁଁ ତୃତୀୟ ଶ୍ରେଣୀ କର୍ମଚାରୀ। ତେବେ ନୂଆଁଖାଇ ପଙ୍ଗତ ଆଳରେ ଏକାଠି ହୋଇଛି କିଛି ନେତା ପିସିସି ସଭାପତି ହେବୁ ବୋଲି କହୁଛନ୍ତି। ଦଳରେ ଏଭଳି ବିଶୃଙ୍ଖଳା ନେଇ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି। ଗତକାଲି ତାରାଙ୍କ ବାସଭବନରେ କଂଗ୍ରେସ ନେତାମାନଙ୍କ ଏକ ମେଳି ଦେଖିବାକୁ ମିଳିଥିଲା। ଯେଉଁ ବୈଠକରେ କେତେକ ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଏହି ଅବକାଶରେ ତାରା ନିଜେ ପିସିସି ସଭାପତି ହେବା ପାଇଁ ଆଗ୍ରହୀ ଥିବା ସୁରାକ ଦେଇଥିଲେ।

Comments are closed.