Odisha Link
Bridging the Missing Links in Odisha

ପୁରୀ ଜିଲ୍ଲାପାଳଙ୍କୁ ହଟାଯାଉ : କଂଗ୍ରେସ

ଭୁବନେଶ୍ବର : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ କଂଗ୍ରେସ ଆଜି ପ୍ରେସମିଟ୍‌ କରିଛି। ଏନେଇ ସତ୍ୟ ନାୟକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଅମିୟ ପଟ୍ଟନାୟକ ପ୍ରେସମିଟ୍‌ କରିଛନ୍ତି। ଏହି ପ୍ରସମିଟ୍‌ରେ କଂଗ୍ରେସ କହିଛି ଯେ, ଶ୍ରୀମନ୍ଦିର ସୁରକ୍ଷା ଆଳରେ ରାଜ୍ୟ ସରକାର ଜମି ଦଲାଲ ସାଜିଛନ୍ତି। କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା? କେଉଁ ନିୟମ ଆଧାରରେ ଶ୍ରୀଜଗନ୍ନାଥଙ୍କ ଜମି ରାଜସ୍ବ ବିଭାଗକୁ ଗଲା ? ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ଜିଲ୍ଲାପାଳଙ୍କୁ ହଟାଯାଉ। ଆଇନ ମନ୍ତ୍ରୀ ସାମ୍ନାକୁ ଆସି ଭୁଲ ସ୍ବୀକାର କରିବା ସହ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Comments are closed.