ରିୟାଙ୍କୁ ସିବିଆଇର ଚତୁର୍ଥ ଦିନ ଜେରା ଜାରି

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଲଗାତାର ଚତୁର୍ଥ ଦିନ ଜେରା କରୁଛି। ଜେରା ପାଇଁ ରିୟା ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ପଚରାଉଚୁରା ଜାରି ରହିଛି। ଏବେ ସୁଦ୍ଧା ୩ଦିନ ହେବ ରିୟାଙ୍କୁ ୨୬ଘଣ୍ଟା ଯାଏଁ ସିବିଆଇ ଜେରା କରି ସାରିଲାଣି। ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରେ ଥିବା ସିଦ୍ଧାର୍ଥ ପିଠାନି,ନୀରଜ,ଦୀପେଶଙ୍କୁ ମଧ୍ୟ ଯାଞ୍ଚ ଏଜେନ୍ସି ଲଗାତାର ପଚରାଉଚୁରା କରୁଛି।
ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଗୋଆର ହୋଟେଲ୍ ବ୍ୟବସାୟୀ ଗୌରବ ଆର୍ଯ୍ୟାଙ୍କୁ ପଚରାଉଚୁରା କରିବ। ଏହା ବ୍ୟତୀତ ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଶୃତି ମୋଦି ମଧ୍ୟ ଜେରା ପାଇଁ ମୁମ୍ବାଇର ସାନ୍ତାକୃଜରେ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ୍ରେ ହାଜର ହୋଇଛନ୍ତି। ପୂର୍ବରୁ ରିୟା ଏବଂ ରୋଷେଇୟା ନୀରଜଙ୍କୁ ପଚରାଉଚୁରା ଜାରି ରହିଛି।