ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ଏକ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯଦି ସେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହା ଦାଖଲ ନକରନ୍ତି, ତେବେ ତାଙ୍କୁ ୩ ମାସ ଜେଲ ସହିତ ୩ ବର୍ଷ ପ୍ରାକ୍ଟିସ୍ କରିବାକୁ ରୋକ ଲଗାଯିବ ରାୟରେ କୁହାଯାଇଛି। ଗତ ୨୫ ଅଗଷ୍ଟରେ ଜଷ୍ଟିସ୍ ଅରୁଣ ମିଶ୍ର, ବି ଆର ଗବଇ ଏବଂ କୃଷ୍ଣ ମୁରାରୀ ପ୍ରଶାନ୍ତ ଭୂଷଣ ନିଜ ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଅସ୍ୱୀକାର କରିବା ପରେ ତାଙ୍କର ଦଣ୍ଡାଦେଶ ଶୁଣାଣି ସଂରକ୍ଷିତ ରଖିଥିଲେ ଆଜି ସେହି ମାମଲାରେ ତାଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ ୨୫ ଅଗଷ୍ଟରେ କୋର୍ଟ ଏହି ମାମାଲାର ଶୁଣାରି କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏବଂ ବିଚାରପତିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଗଷ୍ଟ ୨୫ ରେ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା ମାଗିବାକୁ କୋର୍ଟ କହିଥିଲେ। କିନ୍ତୁ ପ୍ରଶାନ୍ତ ଭୂଷଣ ଭୁଲ କରି ନାହାନ୍ତି ତେଣୁ ସେ କ୍ଷମା ମାଗିବେନି ବୋଲି କହିଥିଲେ। ଏହାପରେ କୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡାଦେଶ ଉପରେ ବିଚାର କରି ରାୟ ସଂରକ୍ଷିତ କରି ରଖିଥିଲେ।