Odisha Link
Bridging the Missing Links in Odisha

କରୋନା: ଦିନକରେ ୨୬୦୨ ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ଆଉ ୨୬୦୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟରେ ଆଉ ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୧ ଜଣ କ୍ବାରାଣ୍ଟିନରୋ ଥିବା ବେଳେ ୧୦୪୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଆଜି ଅନୁଗୁଳରୁ ୧୪, ବାଲେଶ୍ୱର ୧୦୩, ବରଗଡ଼ ୮୨, ଭଦ୍ରକ ୪୭, ବଲାଙ୍ଗୀର ୪୨, ବୌଦ୍ଧ ୯, କଟକ ୨୩୬, ଦେବଗଡ଼ ୩, ଢେଙ୍କାନାଳ ୬୭, ଗଜପତି ୭, ଗଞ୍ଜାମ ୧୯୦, ଜଗତସିଂହପୁର ୮୨, ଯାଜପୁର ୧୦୩, ଝାରସୁଗୁଡା ୮୫, କଳାହାଣ୍ଡି ୬୩, କନ୍ଧମାଳ ୧୭, କେନ୍ଦ୍ରାପଡା ୧୨୮, କେନ୍ଦୁଝର ୮୬, ଖୋର୍ଦ୍ଧା ୬୧୬, କୋରାପୁଟ ୧୨୭, ମାଲକାନଗିରି ୮୦, ମୟୁରଭଞ୍ଜ ୭୨, ନବରଙ୍ଗପୁର ୧୮, ନୟାଗଡ଼ ୯୧, ନୂଆପଡା ୧୬, ପୁରୀ ୪୬, ରାୟଗଡା ୫୪, ସମ୍ବଲପୁର ୭୮, ସୋନପୁର ୨୧ , ସୁନ୍ଦରଗଡ ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଓ କନ୍ଧମାଳରେ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରେ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୦୩,୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯,୭୫୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.