Odisha Link
Bridging the Missing Links in Odisha

୬ବର୍ଷରେ ଅସଙ୍ଗଠିତ ଅର୍ଥନୀତି ଉପରେ ବିଜେପିର ଆକ୍ରମଣ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ରାହୁଲ। ଏହି ଭିଡିଓରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ସରକାର ଅସଙ୍ଗଠିତ ଅର୍ଥବ୍ୟବସ୍ଥା ଉପରେ ଆକ୍ରମଣ କରିଛି ଓ ଆପଣମାନଙ୍କୁ ଗୁଲାମ ବନାଇବାକୁ ଚେଷ୍ଟା କରାଯାଉଛି। ଏହାର ୩ଟି ବଡ଼ ଉଦାହରଣ ହେଉଛି ନୋଟବନ୍ଦୀ, ଭୁଲ ଜିଏସ୍‌ଟି ଓ ଲକ୍‌ଡାଉନ୍‌ ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି ଯେ, ୨୦୦୮ ମସିହାରେ ସାରା ବିଶ୍ବରେ ଅର୍ଥନୈତିକ ମାନ୍ଦା ଅବସ୍ଥା ଦେଖାଯାଇଥିଲା। ଯାହାର ପ୍ରଭାବରେ ଆମେରିକାର ବ୍ୟାଙ୍କ ଗୁଡ଼ିକ ବୁଡ଼ି ଗଲା। ଗୋଟିଏ ପରେ ଗୋଟିଏ କମ୍ପାନୀ ବନ୍ଦ ହୋଇଗଲା। ସେହିଭଳି ୟୁରୋପର ବ୍ୟାଙ୍କ ଗୁଡ଼ିକ ମଧ୍ୟ ବୁଡ଼ିଗଲା ହେଲେ ଭାରତରେ କିଛି ବି ହୋଇନଥିଲା। ମୁଁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଖକୁ ଯାଇ ପଚାରିଥିଲି ଯେ, ସାରା ବିଶ୍ବରେ ଆର୍ଥିକ ମାନ୍ଦା ଅବସ୍ଥା ଦେଖାଯାଇଥିବା ବେଳେ ଭାରତରେ ତାର କିଛି ପ୍ରଭାବ କିପରି ପଡ଼ିଲା ନାହିଁ। ଏହାର କାରଣ କଥ ବୋଲି ପ୍ରଶ୍ନ କରିଥିଲେ ବୋଲି ରାହୁଲ କହିଛନ୍ତି।

ସେତେବେଳେ ମନମୋହନ ସିଂହ କହିଥିଲେ ଯେ, ରାହୁଲ ଯଦି ଭାରତର ଅର୍ଥବ୍ୟବସ୍ଥାକୁ ବୁଝିବାକୁ ହେବ ଯେ ଭାରତରେ ୨ଟି ଅର୍ଥନୀତି ଅଛି। ପ୍ରଥମଟି ଅସଙ୍ଗଠିତ ଓ ୨ୟଟି ସଙ୍ଗଠିତ ବୋଲି ମନମୋହନ କହିଥିବା ରାହୁଲ ଭିଡିଓରେ ପ୍ରକାଶ କରିଛନ୍ତି।

ରାହୁଲ ଭିଡିଓ ସେୟାର କରି କହିଛନ୍ତ ଯେ, ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଅର୍ଥନୀତି ଏକ ବିମୁଦ୍ରାକରଣରେ ଅଛି। ଅସତ୍ୟାଗ୍ରହୀ ଏଥିପାଇଁ ଇଶ୍ବରଙ୍କୁ ଦୋଷ ଦେଉଛନ୍ତି ବୋଲି ରାହୁଲ କହିଛନ୍ତି।

Comments are closed.