Odisha Link
Bridging the Missing Links in Odisha

ମତ୍ସ୍ୟ ସମ୍ପଦ ଯୋଜନା ଓ ଇ-ଗୋପାଲା ଆପ୍ ଲଞ୍ଚ କଲେ ମୋଦୀ

ନୂଆଦିଲ୍ଲୀ: ମତ୍ସ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇ ଏହାର ସ୍ଥାୟୀ ବିକାଶ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟ ସମ୍ପଦ ଯୋଜନା ଫ୍ଲାଗସିପ୍ ସ୍କିମ୍ ଆରମ୍ଭ କରିଛନ୍ତି। ଥିସହ କୃଷକଙ୍କ ପ୍ରତ୍ୟକ୍ଷ ବ୍ୟବହାର ପାଇଁ ସୂଚନା ପୋର୍ଟାଲ ଇ-ଗୋପାଲା ଆପ୍‌ର ଉଦଘାଟନ କରିଛନ୍ତି।

ମତ୍ସ୍ୟ ସମ୍ପଦ ଯୋଜନା ପିଏମଏମଏସୱାଇ) ଯୋଜନାରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଏକ ଅଂଶ ଭାବରେ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୨୦,୦୫୦ କୋଟି ଟଙ୍କା ବିନିଯୋଗ ହେବ। ବର୍ତ୍ତମାନ ପଶୁପାଳନ କରୁଥିବା କୃଷକମାନଙ୍କ ପାଇଁ ଦେଶରେ କୌଣସି ଡିଜିଟାଲ ପ୍ଲାଟଫର୍ମ ଉପଲବ୍ଧ ନଥିଲା। ଏବେ ଇ-ଗୋପାଲା ଦ୍ବାରା ବିଭିନ୍ନ ପ୍ରକାରର ରୋଗମୁକ୍ତ ଜୀବାଣୁ କ୍ରୟ ଏବଂ ବିକ୍ରୟ, ଗୁଣାତ୍ମକ ପ୍ରଜନନ ସେବାର ଉପଲବ୍ଧତା ଏବଂ କୃଷକମାନଙ୍କୁ ପଶୁ ପୁଷ୍ଟିକର ଖାଦ୍ୟ, ଉପଯୁକ୍ତ ଔଷଧ ବ୍ୟବହାର କରି ପଶୁମାନଙ୍କର ଚିକିତ୍ସା ପାଇଁ ମାର୍ଗ ଦର୍ଶାଇ ପାରିବ। ଟିକାକରଣ, ଗର୍ଭଧାରଣ ନିରାକରଣ ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ ଅଭିଯାନ ବିଷୟରେ କୃଷକମାନଙ୍କୁ ଅବଗତ କରାଇବ ଇ-ଗୋପାଲା ଆପ୍।

୨୦୨୪-୨୫ ସୁଦ୍ଧା ମତ୍ସ୍ୟ ଉତ୍ପାଦନକୁ ଅତିରିକ୍ତ ୭୦ଲକ୍ଷ ଟନ୍ ବୃଦ୍ଧି, ୨୦୨୪-୨୫ସୁଦ୍ଧା ମତ୍ସ୍ୟ ଉତ୍ପାଦନ ରପ୍ତାନି ଆୟ ୧,୦୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଅମଳ ପରବର୍ତ୍ତୀ କ୍ଷତି ୨୦ରୁ ହ୍ରାସ କରିବାକୁ ପିଏମଏମଏସୱାଇ ଲକ୍ଷ୍ୟ ରଖିଛି।

Comments are closed.