ଏନ୍ଏସ୍ଡିର ନୂଆ ଅଧ୍ୟକ୍ଷ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଜେପିର ପୂର୍ବ ଲୋକସଭା ସାଂସଦ ପରେଶ ରାୱଲ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ। ୨୦୧୭ ମସିହାରୁ ଏନଏସଡି ଅଧ୍ୟକ୍ଷ ପଦ ଖାଲିପଡିଥିଲା। ପରେଶଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ସୂଚନା ଦିଆଯାଇଛି।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଅଭିନେତାଙ୍କୁ ତାଙ୍କର ନୂତନ ପଦବୀରେ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ପ୍ରତିଭା ଦ୍ୱାରା କଳାକାର ଏବଂ ଛାତ୍ରମାନେ ଉପକୃତ ହେବେ।
प्रख्यात कलाकार मा @SirPareshRawal जी को महामहिम @rashtrapatibhvn द्वारा @nsd_india का अध्यक्ष नियुक्त किया है।उनकी प्रतिभा का लाभ देश के कलाकारों एवं छात्रों को मिलेगा ।हार्दिक शुभकामनाएँ @PMOIndia @JPNadda @incredibleindia @tourismgoi @MinOfCultureGoI @BJP4India @BJP4MP pic.twitter.com/ONdM2sB3g0
— Prahlad Singh Patel (@prahladspatel) September 10, 2020