Odisha Link
Bridging the Missing Links in Odisha

କରୋନା: ଦିତ୍ବୀୟ ସେରୋଲୋଜିକାଲ୍ ସର୍ଭେରୁ ଚିନ୍ତାଜନକ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା କରାଯାଇଥିବା ଦିତ୍ବୀୟ ସେରୋଲୋଜିକାଲ ସର୍ଭେରୁ କେତେକ ଚିନ୍ତାଜନକ ତଥ୍ୟ ଜଣାପଡ଼ିଛି। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣ ୧୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ଭୁତାଣୁ ସଂସ୍ପର୍ଶରେ ଆସିଥିଲେ।

ଏ ସମ୍ପର୍କରେ ସୂଚନାଦେଇ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଅଧିକ ସଂକ୍ରମଣ ସହରି ବସ୍ତି ଅଞ୍ଚଳରେ ରହିଥିବାବେଳେ ତାପଛକୁ ରହିଛି ସହରାଞ୍ଚଳର ଅଣ-ବସ୍ତି ଅଞ୍ଚଳ ଓ ସବୁଠାରୁ କମ ସଂକ୍ରମତ ରହିଛନ୍ତି ଗ୍ରାମାଞ୍ଚଳ ଲୋକେ। ଦେଶର ୨୧ଟି ରାଜ୍ୟର ୭୦ଟି ଜିଲ୍ଲାରେ ଥିବା ୭୦୦ରୁ ଅଧିକ ଗ୍ରାମ, ସହରାଞ୍ଚଳ ଓ୍ଵାର୍ଡରେ ଏହି ସର୍ଭେ କରାଯାଇଥିଲା। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ମଧ୍ୟରେ ଏହି ସର୍ଭେ କରାଯାଇଥିଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ପାର୍ବଣ ଋତୁ ଓ ଶୀତଦିନ ଥିବାରୁ ରାଜ୍ୟମାନେ ଅଧିକ ସତର୍କ ହେବା ଆବଶ୍ୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ନୂଆ ପ୍ରକାରର କଣ୍ଟେନମେଣ୍ଟ ଯୋଜନା କରିବା ଆବଶ୍ୟକ।

Comments are closed.