Odisha Link
Bridging the Missing Links in Odisha

ତଥ୍ୟ ଓ ବାସ୍ତବତା ଭିନ୍ନ : ନରସିଂହ

ଭୁବନେଶ୍ବର: କୋଭିଡ୍‌ ତଥ୍ୟ ବାସ୍ତବତା ଠାରୁ ଭିନ୍ନ ବୋଲି କହିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସମ୍ପୂର୍ଣ୍ଣ ସିଷ୍ଟମ ଫେଲ ମାରିଛି କୋମାରେ ସରକାର। ଯେଉଁଠି ଟେଷ୍ଟ ହେଉଛି ସେଠି ୪ ଦିନ ପରେ ରିପୋର୍ଟ ଆସୁଛି। ଫଲ୍ସ କ୍ରେଡିଟ ନେବା ପାଇଁ ପ୍ରୟାସ ଜାରି ରହିଛି। ଚିକିତ୍ସାର ସୁବିଧା ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର।

ପ୍ରକାଶ ଯେ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ କୋଭିଡ ପରିଚାଳନାରେ ବିଫଳତା ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ମୋଟ ସକ୍ରିୟ କେସ ୩୬ ହଜାରରୁ ଅଧିକ। ୨୯ ହଜାର କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି। ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯଦି ରାଜ୍ୟ ସରକାର କୋଭିଡ ପରିଚାଳନାରେ ବିଫଳ ହୋଇଛନ୍ତି ତେବେ କରୋନା ଆକ୍ରାନ୍ତ କିପରି ସୁସ୍ଥ ହେଉଛନ୍ତି। ଦେଶରେ କୋଭିଡ ମୃତ୍ୟୁହାର ୧.୬%। ମାତ୍ର ଓଡ଼ିଶାରେ ୦.୩୮%। ଲକଡାଉନ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ରାଜ୍ୟରେ ଆକ୍ରାନ୍ତ ବଢ଼ିଲା। କୋଭିଡ କିଟ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି। ଯିଏ ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ। କରୋନା ରୋଗୀଙ୍କୁ ସମସ୍ତ ସୁବିଧା ଦିଆଯାଉଛି। ଅବ୍ୟବସ୍ଥା ନାହିଁ। କୋଭିଡର ସଫଳ ପରିଚାଳନା ନେଇ ଆମକୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।

Comments are closed.