Odisha Link
Bridging the Missing Links in Odisha

ଯଦି ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡଜାମିନ ରଖିଥାନ୍ତା?: ସୁର

ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡଜାମିନ ରଖିବା ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏହି ଘଟଣାରେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡ଼ିଥିବା କହିଲେ ସୁର। ଏହା ସହିତ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଛନ୍ତି। ସୁର କହିଛନ୍ତି ଯେ, ଆଜି ଯଦି ସେ ମୁଖ୍ୟମନ୍ତ୍ରୀ କିମ୍ବା ଆଉ କେଉଁ ମନ୍ତ୍ରୀଙ୍କ ମୁଣ୍ଡଜାମିନ ରଖିଥାନ୍ତା। ଯଦି ବି କେହି ବିଧାୟକ ବା ମୋ ବେକରେ ସେ ଛୁରି ଲଗାଇଥାନ୍ତା। ତେବେ ଆଜି କଣ ଅବସ୍ଥା ହୋଇଥାନ୍ତା। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ।

ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ ହାଇଡ୍ରାମା କରିଛନ୍ତି। ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି। ତେବେ ସେଠାରେ ଉପସ୍ଥିତ ପୁଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାଯାଇଛି। ତେବେ ଯୁବକ ଜଣକ କାହିଁକି ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଉଥିଲା, ସେ ନେଇ କିଛି ଜଣାପଡ଼ିନାହିଁ।

ପ୍ରକାଶ ଯେ, ତେବେ ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି। ହାଇ ସିକୁ୍ୟରିଟି ଜୋନକୁ ଛୁରି ନେଇ କିଭଳି ସମ୍ପୃକ୍ତ ଯୁବକ ସେଠାକୁ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭା ଚାଲିଥିବାବେଳେ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ଏହାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.