Odisha Link
Bridging the Missing Links in Odisha

ବିଧାନସଭା ସାମ୍ନାରେ ନୟାଗଡ଼ ଯୁବକଙ୍କ ତାଣ୍ଡବ

ନୟାଗଡ଼: ଆଜି ବିଧାନସଭା ସାମ୍ନାରେ ଜଣେ ଯୁବକ ନିଜ ମାଆ ବେକରେ ଛୁରୀ ଲଗାଇ ମୁଣ୍ଡ ଜାମିନ ରଖି ତାଣ୍ଡବ ରଚିଛନ୍ତି। ଏହି ଯୁବକ ଜଣଙ୍କ ସେଠାରେ ପ୍ରଳାପ କରିବା ସହ ପରିସ୍ଥିତିକୁ ଅଣାୟତ କରି ଦେଇଛନ୍ତି। ଖବର ନେବାରେ ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ଦଶପଲ୍ଲା କଉଡ଼ାର ବୋଲି ଜଣାଯାଇଛି। ତାଙ୍କ ନାମ ଜିତେନ୍ଦ୍ର ପାଳ। ଜିତେନ୍ଦ୍ରଙ୍କ ବାପା ମାଆ ୨୦୧୪ ମସିହାରେ ଏକ ହତ୍ୟାକାଣ୍ଡ ଘଟଣାରେ ଜେଲ ଯାଇଥିବା ବେଳେ ଜିତେନ୍ଦ୍ର ମାନସିକ ବିକାର ଗ୍ରସ୍ତ ବୋଲି ଜଣାଯାଇଛି। କରୋନା କଟକଣା ଆରମ୍ଭରୁ ତାଙ୍କର ମୁଣ୍ଡ ରୋଗ ବାହାରିଥିବା ବେଳେ ସେ ଭୂବନେଶ୍ୱରରେ ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କୁ ସୁତ୍ରରୁ ଜାଣିବାକୁ ମିଳିଛି।

ପ୍ରକାଶ ଯେ, ବିଧାନସଭା ଗେଟ ସମ୍ନାରେ  ମା’ ବେକରେ ଛୁରି ଆତ୍ମହତ୍ୟାର ଧମକ ଦେଇଛି ପୁଅ। ଉତ୍ତେଜନା ପରେ ଉଭୟ ମା ଓ ପୁଅକୁ ଉଠାଇ ନେଇଛି ପୋଲିସ। ଘରୋଇ କଳହ ପରେ ଛୁରି ଲଗାଇ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ସେ ଏହା ପୁର୍ବରୁ ନିଜ ବେକରେ ଛୁରି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣାପଡିଛି। ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed.