ତିନିଟି ସିଫ୍ଟିରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷ କାର୍ଯ୍ୟ ସୂଚୀ। ଦୈନିକ ତିନିଟି ସିଫ୍ଟିରେ ଓଜେଇଇ ପରୀକ୍ଷା ହେବ।ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ। ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ। ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ। ୩ଟି ସିଟିଂରେ ଓ କମ୍ପୁଟର ବେସଡ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ହେବ ।
ଅକ୍ଟୋବର ୧୨ରୁ ୧୯ ଯାଏଁ ୨ ଘଣ୍ଟା ଅବଧି ବିଶିଷ୍ଟ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ ଟା, ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ୩୦ ଯାଏଁ ହେବ ପରୀକ୍ଷା। ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଓଜେଇଇ ପରୀକ୍ଷା ପାଇଁ ରେକର୍ଡ ସଂଖ୍ୟାକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ଏଥର ୭୯,୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ। ଆସନ୍ତା ୧୨ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।