Odisha Link
Bridging the Missing Links in Odisha

ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ

ଉତ୍ତରପ୍ରଦେଶ: ହାଥରସ ଗଣ ଦୁଷ୍କର୍ମ ମାମଲାରେ ପିଡ଼ିତା ଯୁବତୀଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଜଳୁଛି ବିଦ୍ରୋହର ନିଆଁ। ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିବା ସହ ପିଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରିଛି କଂଗ୍ରେସ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଛନ୍ତି । ପ୍ରିୟଙ୍କାଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ହାଥରସରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ପୀଡିତାଙ୍କ ଘରକୁ ଯିବା ଆଗରୁ ସେମାନଙ୍କୁ ପୁଲିସ ଅଟକାଇ ଦେଇଛି। ଏପରିକି ଅଧାବାଟରୁ ରାହୁଲ ଗାନ୍ଧୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି।

ତେବେ ପୂର୍ବରୁ ପ୍ରିୟଙ୍କା ଏବଂ ରାହୁଲଙ୍କ ଗସ୍ତ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାସହ ହାଥରସ ସୀମା ସିଲ କରାଯାଇ ୧୪୪ଧାରା ଜାରି କରାଯାଇଛି। ପୂ୍ର୍ବରୁ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାର ସହ ଫୋନରେ ଆଲୋଚନା କରିଥିଲେ। ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଥିଲେ। ହାଥରସ ଗଣ ଦୁଷ୍କର୍ମ ଘଟଣାରେ ସାରା ଦେଶ ନ୍ୟାୟ ମାଗୁଛି। ଏହାରି ମଧ୍ୟରେ ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବିକ ପୀଡ଼ିତାଙ୍କ ବେକରେ ଆଘାତ ଲାଗିଛି। ଏହାସହ ତାଙ୍କର ମେରୁଦଣ୍ଡ ହାଡ଼ ମଧ୍ୟ ଭାଙ୍ଗିଛି।

ଅନ୍ୟପଟେ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ନିୟୋଯିତ ହୋଇଥିବା ୩ଜଣ ପୋଲିସ କର୍ମୀଙ୍କର କରୋନା ପଜିଟିଭ ମିଳିଛି। ତେଣୁ ଏବେ ପୁରା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇପାରେ। ଗାଁ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ମିଡ଼ିଆ କର୍ମୀଙ୍କୁ ପ୍ରବେଶ ମନା ହୋଇଛି। ଏହାରି ମଧ୍ୟରେ ଉତର ପ୍ରଦେଶ ସରକାର ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରିଛନ୍ତି। ଗୃହ ସଚିବ ଭଗବାନ ସ୍ୱରୁପଙ୍କ ତତ୍ୱବଧାନରେ ଏସଆଇଟି ଟିମ୍ ପିଡ଼ିତାଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଛନ୍ତି। ୭ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.