Odisha Link
Bridging the Missing Links in Odisha

ବିଧାନସଭା: ଅପରାହ୍ନ ୩ଟା ଯାଏଁ ମୁଲତବୀ ହେଲା ଗୃହ

ଭୁବନେଶ୍ବର: ହାଥରସ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ବିଧାୟକ ମାନେ ଗୃହରେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ ହୋହଲ୍ଲା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୃହରେ ସ୍ଲୋଗାନ ଦେଇଥିଲେ। ଯାହା ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Comments are closed.