Odisha Link
Bridging the Missing Links in Odisha

ପଞ୍ଚଭୂତରେ ଲିନ ହେଲେ ପ୍ରଦୀପ ମହାରଥୀ

ପୁରୀ: ଆଜି ବିଜେଡିର ବିଧାକୟ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ ରୁଦ୍ର ଓ ଝିଅ ପଲ୍ଲବୀ ଉପସ୍ଥିତ ରହିଥିଲେ। ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ସ୍ବର୍ଗଦ୍ବାର ଲୋକାରଣ୍ୟ ହୋଇ ପଡ଼ିଛି।

ସୂଚନାଯୋଗ୍ୟ ଯେ, ପୁରୀ ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ପିପିଲି ଖୋରାପଦା ଘରୁ ପୁରୀ ଯାଇଛି ମହାରଥୀଙ୍କ ପାର୍ଥିବ ଶରୀର। ବିରାଟ ଶୋଭାଯାତ୍ରାରେ ସ୍ବର୍ଗଦ୍ବାରରେ ପାର୍ଥିବ ଶରୀର ପହଞ୍ଚିଛି। ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ।

ପ୍ରକାଶ ଯେ, ଅନ୍ତିମ ଯାତ୍ରାରେ ମହାରଥୀ। ଶବାଧାର ସହିତ ଲମ୍ବିଛି ଲୋକଙ୍କ ଭିଡ଼। ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା। ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା। ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଉଛି ମହାରଥୀଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Comments are closed.