Odisha Link
Bridging the Missing Links in Odisha

ସ୍ବର୍ଗଦ୍ବାରରେ ପହଞ୍ଚିଲା ମହାରଥୀଙ୍କ ପାର୍ଥିବ ଶରୀର

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ପିପିଲି ଖୋରାପଦା ଘରୁ ପୁରୀ ଯାଇଛି ମହାରଥୀଙ୍କ ପାର୍ଥିବ ଶରୀର। ବିରାଟ ଶୋଭାଯାତ୍ରାରେ ସ୍ବର୍ଗଦ୍ବାରରେ ପାର୍ଥିବ ଶରୀର ପହଞ୍ଚିଛି। ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ।

ପ୍ରକାଶ ଯେ, ଅନ୍ତିମ ଯାତ୍ରାରେ ମହାରଥୀ। ଶବାଧାର ସହିତ ଲମ୍ବିଛି ଲୋକଙ୍କ ଭିଡ଼। ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ଏହା ପରେ ପାର୍ଥିବ ଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା। ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା। ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଉଛି ମହାରଥୀଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Comments are closed.