Odisha Link
Bridging the Missing Links in Odisha
Daily Archives

October 4, 2020

ସାତ ମାସ ପରେ ଖୋଲିଲା ନନ୍ଦନକାନନ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କରୋନା ପାଇଁ ଦୀର୍ଘ ସାତମାସ ଧରି ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜି ଖୋଲିଛି। ପୂର୍ବ ପରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବନ୍ୟପ୍ରାଣୀ ବିଭାଗ ତରଫରୁ କୋଭିଡ୍-୧୯ ପାଇଁ ଜାରି ହୋଇ ଥିବା…

ସ୍ବାସ୍ଥ୍ୟାନୁଷ୍ଠାନ ନିର୍ଦ୍ଦେଶକଙ୍କ ସହ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟାନୁଷ୍ଠାନ ଯଥା ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବ୍ୟାଟ୍‌ମ୍ୟାନ୍‌ଆବାନେ, ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର (ଆରଏମଆରସି)ର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି, ଇନଷ୍ଟିଚ୍ୟୁଟ୍ ଅଫ୍‌…

୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ୯ ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨/୩ ଦିନରେ ଏହା ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା…

ପଞ୍ଚଭୂତରେ ଲିନ ହେଲେ ପ୍ରଦୀପ ମହାରଥୀ

ପୁରୀ: ଆଜି ବିଜେଡିର ବିଧାକୟ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର।…

ସ୍ବର୍ଗଦ୍ବାରରେ ପହଞ୍ଚିଲା ମହାରଥୀଙ୍କ…

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ପିପିଲି ଖୋରାପଦା ଘରୁ ପୁରୀ ଯାଇଛି ମହାରଥୀଙ୍କ ପାର୍ଥିବ ଶରୀର। ବିରାଟ ଶୋଭାଯାତ୍ରାରେ ସ୍ବର୍ଗଦ୍ବାରରେ ପାର୍ଥିବ ଶରୀର ପହଞ୍ଚିଛି। ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ। ପ୍ରକାଶ ଯେ, ଅନ୍ତିମ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୭ ଗୁରୁତର

ମାଲକାନଗିରି: ଆଜି ସକାଳେ ଏନଏଚ୍- ୩୨୬ ଚମ୍ପାଖାରି ନିକଟରେ ବସ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବସ୍‌ଟି ୨୭ ଜଣ ଶ୍ରମିକଙ୍କୁ ନେଇ…

ବିଧାନସଭା ଖବର: କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭାରେ ଶୋକ ପ୍ରସ୍ତାବ ପରେ କାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି। କାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବି ହୋଇଛି। ପ୍ରଦୀପ ମହାରଥୀଙ୍କୁ ସମ୍ମାନ ଜଣାଇ ଗୃହ ମୁଲତବି ଘୋଷଣା ହୋଇଛି।…

ବିଧାନସଭାରେ ପ୍ରଦୀପ ମହାରଥୀଙ୍କ…

ଭୁବନେଶ୍ବର: ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ନେଇ ଶୋକପ୍ରସ୍ତାବ ଆଗତ କରାଯାଇଛି। ଏନେଇ ଗୃହରେ ଶୋକପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବରିଷ୍ଠ ବିଜେଡି ନେତା ତଥା…

ରାଜ୍ୟରେ ୯୦୦ ଟପିଲା କରୋନା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭ ରେ ପହଞ୍ଚି ଯାଇଛି। https://twitter.com/HFWOdisha

କରୋନା: ରାଜ୍ୟରେ ୩୩୨୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୩୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୨୭୧୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…