ସାତ ମାସ ପରେ ଖୋଲିଲା ନନ୍ଦନକାନନ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କରୋନା ପାଇଁ ଦୀର୍ଘ ସାତମାସ ଧରି ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜି ଖୋଲିଛି। ପୂର୍ବ ପରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବନ୍ୟପ୍ରାଣୀ ବିଭାଗ ତରଫରୁ କୋଭିଡ୍-୧୯ ପାଇଁ ଜାରି ହୋଇ ଥିବା ସ୍ବତନ୍ତ୍ର ନିୟମକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଦୈନିକ ୧୫୦୦ରୁ ୨୫୫୦ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲି ପାରିବେ। ୭ ବର୍ଷରୁ କମ୍ ଶିଶୁ, ଅଧିକ ପୌଢବ୍ୟକ୍ତି ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ନନ୍ଦନକାନନ ନବୁଲିବା ପାଇଁ ପରାମର୍ଶ ଦିଆଯିବ। ସେହିପରି ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ, ସମ୍ପୁର୍ଣ୍ଣ ଶରୀରକୁ ସାନିଟାଇଜ କରାଯାଇ ପର୍ଯ୍ୟଟକଙ୍କୁ ନନ୍ଦନାକାନନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ସ୍ବତନ୍ତ୍ର ଔଷଧିୟ ମ୍ୟାଟ ଉପରେ ଭିତରକୁ ପ୍ରବେଶ କରିବେ। ପାର୍କ ଭିତରେ କର୍ମଚାରୀ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ପାଇଁ ଗୁରୁତ୍ବ ଦିଆଯିବ। କୌଣସି ସ୍ଥାନରେ ପାନଛେପ, ଗୁଟ୍କା ଛେପ,ଧୂମ୍ରପାନ କରିବା ସମ୍ପୁଣ୍ଣ ନିଷେଦ୍ଧ କରାଯାଇଛି। ଟିକେଟ କାଉଣ୍ଟରରେ ଦୂରତ୍ବ ପାଳନ ପାଇଁ ସମ୍ମୁଖରେ ଗୋଲାକାର ଚିହ୍ନ କରାଯାଇଛି। ପରିସର ଭିତରେ ସାର୍ବଜନୀନ ସ୍ଥାନ ଓ ବିଭିନ୍ନ ଚେୟାର ଗୁଡିକ ନିୟମିତ ଭାବେ ସାନିଟାଇଜ କରାଯିବା ଉପରେ ଗୁରୁତ୍ବ ଦିଆଯିବ।