Odisha Link
Bridging the Missing Links in Odisha

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଅଟକ ଅଛନ୍ତି। ଗଞ୍ଜେଇ ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ଜବତ କରିଛି।

ଗଞ୍ଜେଇ ଚାଲାଣ ନେଇ ଖବର ମିଳିବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଏବଂ ଲମତାପୁଟ ଫାଣ୍ଡି ଅଧିକାରୀ ଚାଙ୍ଗୁଡ଼ିପଡ଼ା ଛକରୁ ଗଞ୍ଜେଇ ଜବତ କରିଛନ୍ତି। ଟ୍ରକରେ ସ୍ବତନ୍ତ୍ର ଚ୍ୟାମ୍ବର କରାଯାଇ ଗଞ୍ଜେଇ ଚାଲାଣ ହେଉଥିଲା ପୋଲିସ ଟ୍ରକକୁ ପ୍ରାୟ ଏକ ଘଣ୍ଟା ଧରି ଯାଞ୍ଚ କରିବା ପରେ ଯାଇ ଗଞ୍ଜେଇର ସୁରାଗ ମିଳିଥିଲା।

ଅଟକ ଦୁଇ ଯୁବକ ବିହାରର ବୋଲି ଜଣାପଡ଼ିଛି। ସେମାନେ ଝାଡ଼ଖଣ୍ଡରୁ ଟମାଟୋ ନେଇ ଜୟପୁର ଆସିଥିଲେ ଏବଂ ଜଲାପୁଟରୁ ଗଞ୍ଜେଇ ନେଇ ବିହାର ଯାଉଥିଲ । ଉଭୟ ଅଭିଯୁକ୍ତ ପୂର୍ବରୁ ଗଞ୍ଜେଇ ଚାଲାଣ କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

Comments are closed.