Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩୩୨୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୩୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୨୭୧୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୮୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୧୨୨, ବରଗଡରୁ ୯୪, ଭଦ୍ରକରୁ ୩୬, ବଲାଙ୍ଗିରରୁ ୧୦୩, ବୋଦ୍ଧରୁ ୫୪, କଟକରୁ ୨୬୮, ଦେବଗଡରୁ ୨୧, ଢେଙ୍କାନାଳରୁ ୮୫, ଗଜପତିରୁ ୨୨, ଗଂଜାମରୁ ୫୭, ଜଗତସିଂହପୁରରୁ ୮୦, ଯାଜପୁରରୁ ୧୪୮, ଝାରସୁଗୁଡାରୁ ୧୦୭, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୬୦, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୧୦୧, ଖୋର୍ଦ୍ଧାରୁ ୬୩୮ କୋରାପୁଟରୁ ୪୫, ମାଲକାନଗିରିରୁ ୧୯, ମୟୂରଭଂଜରୁ ୧୩୧, ନବରଙ୍ଗପୁରରୁ ୬୧, ନୟାଗଡରୁ ୬୧, ନୂଆପଡାରୁ ୧୪୭, ପୁରୀରୁ ୧୪୦, ରାୟଗଡାରୁ ୫୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୨୫ ଏବଂ ସୁନ୍ଦରଗଡରୁ ୯୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୧୪୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.